Sradhananda Mishra

Member Type
Advisory Committee

ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ର
ଆପଣଙ୍କ ସହଯୋଗ ପାଇଁ ବର୍ତ୍ତମାନ ସମୟର ପ୍ରତିଷ୍ଠିତ ଗାୟକମାନଙ୍କର ପାଲା ରେକର୍ଡିଂ ସହ ସେମାନଙ୍କର ଜୀବନୀ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛି ଶ୍ରୀ ଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ । ଆପଣଙ୍କର ସଶ୍ରଦ୍ଧ 5 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗୁଁ ରାଜ୍ୟର ସବୁଠାରୁ ବରିଷ୍ଠ ଏବଂ ପ୍ରତିଷ୍ଠିତ ଗାୟକମାନଙ୍କର ୧୫୦ରୁ ଅଧିକ ପାଲା ଅଭିନୟ ଆଜି ରେକର୍ଡିଂ କରିବା ସମ୍ଭବ ହୋଇଛି । ଯଦି ଆପଣଙ୍କର ସହାୟତା ମିଳିନଥାନ୍ତା ହୁଏତ ହରି ନାଥ, ନିରଞ୍ଜନ କର, ବୈଷ୍ଣବ ପ୍ରଧାନଙ୍କ ପରି ଅନେକ ବିଖ୍ୟାତ ଗାୟକଙ୍କର ପାଲା ଆଜି ଏକବିଂଶ ଶତାବ୍ଦୀରେ ବି ରେକର୍ଡିଂ ହୋଇପାରିନଥାନ୍ତା । ବୟସାଧିକ ଯୋଗୁଁ ଯେଉଁ ବିଶିଷ୍ଟ ଗାୟକମାନେ ପାଲା ଗାଇବାକୁ ଅକ୍ଷମ, ସେମାନଙ୍କର ଜୀବନୀ ପ୍ରସ୍ତୁତ କରିବାରେ ମଧ୍୍ୟ ଆଜି ଶ୍ରୀ ଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ ସକ୍ଷମ ହୋଇପାରିଛି, କେବଳ ଆପଣଙ୍କ ସହାୟତା ପାଇଁ । ଆପଣ କେବଳ ଜଣେ ଦାନବୀର ନୁହଁନ୍ତି, ଜଣେ ସଂସ୍କୃତିପ୍ରେମୀ ମଧ୍ଯ, ବିଶେଷ କରି ପାଲା ପ୍ରତି ଆପଣଙ୍କର ଶ୍ରଦ୍ଧା ଓ ଭଲପାଇବା ଆଶ୍ଚର୍ଯ୍ୟ କରେ । ଆଜି ମଧ୍ଯ ଓଡ଼ିଶା ଆସିଲେ ଆପଣ ପାଲା ହେଉଥିବାର ସୂଚନା ପାଇବା ମାତ୍ରେ ମଂଚ ନିକଟରେ ପହଞ୍ଚିଯାଆନ୍ତି, ଯାହା ହଜାର ହଜାର ପାଲା କଳାକାରଙ୍କୁ ଉତ୍ସାହିତ କରେ । 

ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ର

 

ପାଲା ଜଗତ ପ୍ରତି ଆପଣଙ୍କର ଅବଦାନ ଯୁଗ ଯୁଗ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏହି ବିଦଗ୍ଧ କଳା ପ୍ରତି ଆପଣଙ୍କର ଭଲ ପାଇବା ଏମିତି ରହିଥିବ ବୋଲି ଶ୍ରୀ ଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ ଆଶା ଓ ବିଶ୍ବାସ ରଖିଛି ।

Sradhananda Mishra

ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବକୁ ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ରଙ୍କୁ ସ୍ବାଗତ କରାଯାଉଛି ।

Sradhananda Mishra

ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ରଙ୍କ ସହାୟତା ଯୋଗୁଁ ପ୍ରଥମ ଥର ପାଇଁ ଭୁବନେଶ୍ବର ଭଞ୍ଜ କଳାମଣ୍ଡପରେ ପାଲା ମହୋତ୍ସବର ଆୟୋଜନ ହୋଇପାରିଥିଲା ।

Sradhananda Mishra
ବାମରୁ- ଗାୟକ ସମ୍ରାଟ୍ ଲକ୍ଷ୍ମୀଧର ରାଉତ, ଗାୟକ ଶେଖର ଜଗନ୍ନାଥ ବେହେରା, ବିରେନ ଦାସ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଶ୍ରଦ୍ଧାନନ୍ଦ ମିଶ୍ର ଏବଂ ଗାୟକ ସମ୍ରାଟ୍ ଅଭୟ ଚରଣ ସ୍ବାଇଁ ।

 

Sradhananda Mishra
ମହୋତ୍ସବରେ ଉଦବୋଧନ ଦେଉଛନ୍ତି ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ର ।

 

Sradhananda Mishra
ଶ୍ରଦ୍ଧାନନ୍ଦ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରୁଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ଗାୟକ ସମ୍ରାଟ୍ ଲକ୍ଷ୍ମୀଧର ରାଉତ, ନିକଟରେ ଗାୟକ ଶେଖର ଜଗନ୍ନାଥ ବେହେରା ଉପସ୍ଥିତ ।

 

Sradhananda Mishra
ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ରଙ୍କୁ ଉପଢୌକନ ଏବଂ ପ୍ରଥମ ପର୍ଯ୍ୟାୟରେ ରେକର୍ଡିଂ ହୋଇଥିବା 7 ଜଣ ପ୍ରତିଷ୍ଠିତ ଗାୟକଙ୍କ ପଠୋଚିତ୍ର ସମ୍ବଳିତ ସ୍ମାରକ ପ୍ରଦାନ କରାଯାଉଛି ।

 

sradhananda Mishra with Jagannath Behera
ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ର ।

 

Sradhananda Mishra
ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ପାଲା ଦଳ ସହ ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ର ।
Sradhananda Mishra
ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ରଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି ଗାୟକ ଶେଖର ଜଗନ୍ନାଥ ବେହେରା ।
Sradhananda Mishra

 

Sradhananda Mishra
ପାଲା ଦେଖିବାରେ ନିମ୍ନଗ ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ର ।
Jagannath Behera And Sradhanada Mishra
ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ସହ ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ର ।
Sradhananda Mishra

ଶ୍ରୀ ଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ପାଲା ସମ୍ମେଳନରେ ଉଦବୋଧନ ଦେଉଛନ୍ତି ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ର ।

Pala Convention
ପାଲା ସମ୍ମେଳନରେ ପାଲା ପରିବେଷଣ କରୁଛନ୍ତି ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା । 
Sradhananda Mishra
ପାଲା ଦେଖିବାରେ ନିମଗ୍ନ ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ର । ଡାହାଣ ପାଖରେ ପ୍ରଫେସର ନିତ୍ୟାନନ୍ଦ ସାହୁ ଏବଂ ବାମ ପାଖରେ ଶ୍ରୀଯୁକ୍ତ ମିଶ୍ରଙ୍କ ଅନୁଜ ଅରୁଣ କୁମାର ମିଶ୍ର ।  
Sradhananda Mishra
ପାଲା ପାଇଁ ଭବିଷ୍ୟତ ଯୋଜନା ସମ୍ପର୍କରେ ପ୍ରତିକ୍ରିୟା ରଖୁଛନ୍ତି ଶ୍ରୀଯୁକ୍ତ ମିଶ୍ର ।  
Sradhananda Mishra
ପାଲା ମହୋତ୍ସବ-୨୦୧୮ର ଉଦଘାଟନୀ ଉତ୍ସବରେ ଅନ୍ୟ ଅତିଥିମାନଙ୍କର ସହ ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ର ।  
Sradhananda Mishra
ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ମିଶ୍ର ପାଲାକୁ ବିଦେଶକୁ ନେଇ ସାରା ବିଶ୍ବରେ ପରିଚିତ କରାଇବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ।