21-09-2020

Issue Date

ଏଥିରେ ରହିଛି

  • ଲାଲକିଲ୍ଲାର ଇତିହାସ
  • ଏମିତି ବି ଜଣେ ହେଡ୍‍ମାଷ୍ଟର ଥିଲେ
  • ମହାକାଶ ବିଜ୍ଞାନୀ ଆର୍ଯ୍ୟଭଟ୍ଟ
  • ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ରକ୍ତିମ ଦେଖାଯାଏ କାହିଁକି
  • ଗପ : ସୁନା ଥାଳିଆ

 

Teen Orissa

 


ଲାଲକିଲ୍ଲାର ଇତିହାସ

Lal Kila


ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲା ଉପରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗ। ପତାକା ଉତ୍ତୋଳନ କରିଥାନ୍ତି । ଏହାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ୱୋଧିତ କରିଥାନ୍ତି । 
କଣ ଏହି ଲାଲକିଲ୍ଲା, କିପରି ଥିଲା ଏହାର ଇତିହାସ ଆସନ୍ତୁ ଜାଣିବା ।
୧୬୩୮ ଖ୍ରୀଷ୍ଟାବ୍ଦରେ ମୋଗଲ ସମ୍ରାଟ ଶାହଜାହାନ ଦିଲ୍ଲୀର ଯମୁନ। ନଦୀ କୂଳରେ ଏକ ଦୁର୍ଗ ବା କିଲ୍ଲା ତିଆରି କରିବାକୁ ଶିଳାନ୍ୟାସ କରିଥିଲେ । ଇଜ୍ଜତ ଖାଁ ଏହାର କାମ ତଦାରଖ କରୁଥିଲେ । ପରେ ଇଜ୍ଜତ ଖାଁ ସିନ୍ଧୁ ପ୍ରଦେଶର ପ୍ରଶାସକ ଭାବେ ଚାଲିଯିବାରୁ ଏହା ନିର୍ମାଣ ଦାୟିତ୍ୱ ନେଇଥିଲେ ଅଲ୍ଲିବର୍ଦ୍ଦି ଖାଁ । ସେ ଦୁଇ ବର୍ଷ ଏକ ମାସ ୧୪ ଦିନରେ କିଲ୍ଲାର ଚାରିପାଖ ପାଚେରୀ ନିର୍ମାଣ କରିଥିଲେ । ଅଲ୍ଲୀବର୍ଦ୍ଦି ଖାଁ ବଙ୍ଗଳାର ରାଜା ହୋଇ ଚାଲିଯିବା ପରେ କିଲ୍ଲାର ନିର୍ମାଣ ଦାୟିତ୍ୱ ମକରମ୍‍ ଖାଁ ନେଇଥିଲେ । ସେ ୯ ବର୍ଷରେ କିଲ୍ଲା ନିର୍ମାଣ ଶେଷ କରିଥିଲେ । ଏହି କିଲ୍ଲା ନିର୍ମାଣରେ ସେ ସମୟରେ ଏକ କୋଟି ଟଙ୍କ। ଖର୍ଚ୍ଚ ହୋଇଥିଲା । ସଂପୂର୍ଣ୍ଣ ରୂପେ ଲାଲ ପଥରରେ ଏହି କିଲ୍ଲା ନିର୍ମାଣ ହୋଇଥିବାରୁ ଏହା ଲାଲକିଲ୍ଲା ଭାବରେ ପରଚିତ ହୋଇଥିଲା ।

Lal Kila


ଲାଲକିଲ୍ଲାର  ତିନି ପାଖେ ବହୁପରିମାଣର ଫୁଲ ଆଉ ଫଳ ଗଛ ଭର୍ତ୍ତି ହୋଇ ରହିଥିଲା । ଏହି କିଲ୍ଲାର ପରିସୀମା ତିନି କିଲୋମିଟର । ଏହାର ଲମ୍ବା ୩୦୦୦ ଫୁଟ, ଓସାର ୧୮୦୦ ଫୁଟ ଏବଂ ପାଚେରୀର ଉଚ୍ଚତା ୬୦ ଫୁଟ । କିଲ୍ଲାର ମୁଖ୍ୟ ଫ।ଟକକୁ ଲାହୋର ଗେଟ୍‍ କୁହାଯାଏ । ୧୮୫୭ରେ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫରଙ୍କୁ ଇଂରେଜ ସରକାର ବହିଷ୍କାର କରିବା ପର୍ଯ୍ୟନ୍ତ ଲାଲକିଲ୍ଲା ମୋଗଲମାନଙ୍କର ରାଜଧାନୀ ଥିଲା । ଇଂରେଜ ଶାସନ ସମୟରେ ଏହି କିଲ୍ଲା ସୈକମାନଙ୍କର ଅସ୍ତ୍ରାଗାର ଭାଗେ କାମ କରୁଥିଲା । ଦେଶ ସ୍ୱାଧୀନତା ହେବା ପରେ ମଧ୍ୟ ୨୦୦୩ ପର୍ଯ୍ୟନ୍ତ ଏହାର କିଛି ଅଂଶ ସେନା ଅଧୀନରେ ରହିଥିଲା ।
ଲାଲକିଲ୍ଲା ଏବେ ଏକ ପର୍ଯ୍ୟଟନ କ୍ଷେତ୍ର ପାଲଟିଛି । ସାରା ପୃଥିବୀର ପର୍ଯ୍ୟଟକ ଏଠାକୁ ଆସି କିଲା୍ଲର ସୌନ୍ଦର୍ଯ୍ୟ ଉପଭୋଗ କରଛନ୍ତି ।


ଏମିତି ବି ଜଣେ ହେଡ୍‍ମାଷ୍ଟର ଥିଲେ

Nilakantha Das


୧୯୧୫ ମସିହା ସତ୍ୟବାଦୀ ବନବିଦ୍ୟାଳୟର ବାର୍ଷିକ ଉତ୍ସବ ଚାଲିଥିଲା । ମୁଖ୍ୟ ଅତିଥୀ ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ । ଦୁଇବଷ ର୍ ପୂର୍ବରୁ ଛୁଆଁ ଅଛୁଆଁ ଭେଦଭାବ ନଥିବାରୁ ସେଥିରେ କ୍ଷୁବ୍ଧ ହୋଇ ସ୍ଥାନୀୟ ବ୍ରାହ୍ମଣମାନେ ବିଦ୍ୟାଳୟରେ ନିଆଁ ନଗାଇଦେଇଥିଲେ । ହେଲେ ସେଥିରେ ଦବି ନଯାଇ ଗାଁ ଗାଁରୁ କାଠ ବାଉଁଶ ସଂଗ୍ରହ କରି ଗୋପବନ୍ଧୁ ପୁଣି ଥରେ ବିଦ୍ୟାଳୟ ଠିଆ କରିଥିଲେ । ଆଉ ବାର୍ଷିକ ଉତ୍ସବରେ ଯୋଗଦେବାକୁ ନିଜେ ମଧୁବାବୁ ଆସିଥିଲେ । ସ୍ୱଭାବ ସୁଲଭ ଢଙ୍ଗରେ ସେଦିମଧୁବାବୁ କହିଥିଲେ-ଏ ବିଦ୍ୟାଳୟ ଧନରେ ଗଢା଼ ହୋଇନାହିଁ । ରକ୍ତ ମାଂସ ଓ ମସ୍ତିଷ୍କରେ ଗଢ଼ା । ଘର ପୋଡ଼ିଗଲା, ଇଟାର କାନ୍ଥ ଭାଙ୍ଗିଗଲା । ଦୁଃଖ କରନାହିଁ, ବିଦ୍ୟାଳୟ ଗୃହ ରକ୍ତ, ମାଂସ ଦ୍ୱାରା ଗଢ଼ା ହେବ, ସବୁ ବଦଳିଯିବ । ଏମିତି କେତେ ଆଶ୍ୱାସନା ବାଣୀ ଦେଇଥିଲେ । ଶେଷରେ ଭାବ ବିହ୍ୱଳ ହୋଇ କହିଲେ-ଗୋପ, ନାଳନ୍ଦାଟାଏ ଗଢ଼ିଦେଲୁ । ଏହାର ଉତ୍ତରରେ ଗୋପବନ୍ଧୁ କହିଥିଲେ-ମୁଁ ନୁହେଁ, ନୀଳକଣ୍ଠ । 
ଏକ ଅନନ୍ୟ ବିଦ୍ୟାଳୟ ସତ୍ୟବାଦୀ ବନବିଦ୍ୟାଳୟ । ଯାହାର ତୁଳନା ନାହିଁ। ଗୋଟିଏ ଶବ୍ଦରେ କହିଲେ ଏକ ମଣିଷ ତିଆରି କାରଖାନା । ଗୋପବନ୍ଧୁ ଦାସଙ୍କ ଏହି ମାନସ ସନ୍ତାନକୁ ବାସ୍ତବ ରୂପ ଦେଇଥିଲେ ପଣ୍ଡିତ ନୀଳକଣ୍ଠ ଦାସ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରଠାରୁ ଅନତିଦୂରରେ ତାଳ-ତମାଳ-ବକୁଳ-ଛୁରିଅନା କୁଞ୍ଜ ମଧ୍ୟରେ ଗଢ଼ିଉଠିଥିଲା ଏହି ସତ୍ୟବାଦୀ ବନ ବିଦ୍ୟାଳୟ । କଲିକତାରୁ ଏମ୍‍.ଏ. ପାସ୍‍ କଲାପରେ ଏଠାରେ ପ୍ରଧାନଶିକ୍ଷକ ଭାବେ ଯୋଗଦେଲେ ନୀଳକଣ୍ଠ । ସେ ସମୟରେ ଉଚ୍ଚଶିକ୍ଷିତ ନୀଳକଣ୍ଠ ବହୁ ବଡ଼ପଦବୀ ଛାଡି ଼ ମାତ୍ର ୪୦ ଟଙ୍କ।ରେ ଶିକ୍ଷକତା କରିବାକୁ ଉଚିତ୍‍ ମନେ କରିଥିଲେ । ସତ୍ୟବାଦୀ ବନବିଦ୍ୟାଳୟ ପୁରାତନ ଗୁରୁକୁଳ ଆଶ୍ରମ ପରି ପରିଚାଳିତ ହେଉଥିଲା । ଛାତ୍ରମାନେ ସରଳ ଜୀବନଯାପନ କରି ପାଠପଢୁଥିଲେ । ମୁକ୍ତାକାଶ ତଳେ ଶିକ୍ଷାଦାନ ହେଉଥିଲା । ପିଲାମାନେ କିପରି ଭଲ ପଢ଼ିବେ ଆଉ ଜଣେ ଭଲ ମଣିଷ ହେବେ ତାହାଥିଲା ଶିକ୍ଷାଦାନର ମୂଳ ଲକ୍ଷ୍ୟ । ଥରେ ବ୍ରାହ୍ମଣମାନେ ପ୍ରଧାନଶିକ୍ଷକ ନୀଳକଣ୍ଠଙ୍କ ନିକଟକୁ ଯାଇ ଅଭିଯୋଗ କରିଥିଲେ କି ବ୍ରାହ୍ମଣ ଓ ଅବ୍ରାହ୍ମ ପିଲାଙ୍କ ପାଇଁ ଅଲଗା ଅଲଗା ଭୋଜନ ବ୍ୟବସ୍ଥା କରାଯାଉ । ହେଲେ ନୀଳକଣ୍ଠଙ୍କ ଉତ୍ତର ଥିଲା- ସମସ୍ତ ଅନ୍ତେବାସୀଙ୍କର ମୁଁ କୁଳପତି । ସୁବିଧା ଥିଲେ ମୋ ପତ୍ନୀ ସେମାନଙ୍କୁ ନିଜ ହାତରେ ରାନ୍ଧି ଖାଇବାକୁ ଦିଅନ୍ତା । ମୁଁ ଏହି ପୁତ୍ରମାନଙ୍କ ମଧ୍ୟରେ ବର୍ଣ୍ଣ, ଧର୍ମ, ଭେଦଭାବ କରିପାରିବି ନାହିଁ, କ୍ଷମା କରନ୍ତୁ । ଏଥିରୁ ପ୍ରମାଣିତ ହେଉଛି ସତରେ ଏହି ପ୍ରଧାନଶିକ୍ଷକ ଛାତ୍ରମାନଙ୍କୁ କେତେ ଭଲପାଉଥିଲେ । ପଠିତ ନୀଳକଣ୍ଠ ଦାସ ୧୮୮୪ ମସିହା ଅଗଷ୍ଟ ୫ ତାରିଖରେ ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ ।


ମହାକାଶ ବିଜ୍ଞାନୀ ଆର୍ଯ୍ୟଭଟ୍ଟ

Aryabhatta


ବିଶ୍ୱ ବିଖ୍ୟାତ ମହାକାଶ ବିଜ୍ଞାନୀ ତଥା ଗଣିତଜ୍ଞ ଆର୍ଯ୍ୟଭଟ୍ଟ ୪୭୬ ଖ୍ରୀଷ୍ଟାବ୍ଦରେ କେରଳରେ ଜନ୍ମଗ୍ରହଣ କରିଥିଲେ । ସେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ ଆର୍ଯ୍ୟଭଟ୍ଟ ଘୋଷଣା କରଥିଲେ ଯେ ପୃଥିବୀ ହିଁ ଗୋଲ ଏବଂ ଏହା ନିଜର ଅକ୍ଷ ପଥରେ ଘୂରୁଥିବାରୁ ଦି ରାତି ହେଉଛି । ସେ ଆହୁରି ମଧ୍ୟ କହିଥିଲେ ଚନ୍ଦ୍ରର ଆଲୋକ ନାହିଁ, ସୂର୍ଯ୍ୟଙ୍କ ଆଲୋକରେ ଏହା ଆଲୋକିତ ହୁଏ । ରାହୁ କେତୁଙ୍କ ଆକ୍ରମଣ ଯୋଗୁଁ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ହୁଏ ନାହିଁ । ପୃଥିବୀ ଓ ଚନ୍ଦ୍ର ଗତି କରିବା ବେଳେ ସେଥିରୁ ସୃଷ୍ଟି ହେଉଥିବା ଛାୟା ଦ୍ୱାରା ଏହା ସୃଷ୍ଟି ହୋଇଥାଏ ବୋଲି ସେ ମତ ପ୍ରକାଶ କରିଥିଲେ । ତେବେ ଆର୍ଯ୍ୟଭଟ୍ଟ କହିଥିଲେ ପୃଥିବୀ ହିଁ ବିଶ୍ୱ ବ୍ରହ୍ମାଠର କେନ୍ଦ୍ରସ୍ଥଳ । ଏଥିସହ ସେ ମଧ୍ୟ କେତେକ ଗ୍ରହମାନଙ୍କର ଗତିପଥ ସଂପର୍କରେ ଗବେଷଣା କରିଥିଲେ । ତାଙ୍କ ଦ୍ୱାରା ଆବିଷ୍କୃତ ଆର୍ଯ୍ୟଭଟ୍ଟୀୟ ସୂତ୍ର ଜ୍ୟୋତିର୍ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ଅମୂଲ୍ୟ ଗ୍ରନ୍ଥ । ଆର୍ଯ୍ୟଭଟ୍ଟୀୟ ସୂତ୍ର ଅନୁସାରେ ଏ ପର୍ଯ୍ୟନ୍ତ ହିନ୍ଦୁ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଉଛି । ଗଣିତ ଓ ଜ୍ୟୋତିର୍ବିଜ୍ଞାନକୁ ଉଲ୍ଲେଖନୀୟ ଅବଦାନ ପାଇଁ ଆର୍ଯ୍ୟଭଟ୍ଟଙ୍କ ନାଁ ଅନୁସାରେ ଭାରତର ପ୍ରଥମ କୃତ୍ରିମ ଉପଗ୍ରହର ନାମ କରଣ କରାଯାଇଥିଲା । 


ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ରକ୍ତିମ ଦେଖାଯାଏ କାହିଁକି

Sunrise


ସାଧାରଣତଃ ସକାଳ ଓ ସଂଧ୍ୟାରେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ସମୟରେ ପୂର୍ବ ଏବଂ ପଶ୍ଚିମ ଆକାଶ ରକ୍ତିମ ଦେଖାଯାଇଥାଏ । ଏହି ଅପରୂପ ସୌନ୍ଦର୍ଯ୍ୟ ଆମୋଦିତ କରିଥାଏ । ତେବେ ଏହି ଅବସ୍ଥା ବେଶୀ ସମୟ ରହିଥାଏ । ଦିନର ବୟସ ବଢ଼ିବା ସହ ଲାଲରଙ୍ଗ ଧିରେଧିରେ ମିଳାଇଯାଇଥାଏ । ସେହିପରି ରାତି ବଢ଼ିବା ସହ ଆକାଶ ଅନ୍ଧକାରାଚ୍ଛନ୍ନ ହୋଇଥାଏ । ତେବେ କାହିଁକି ଏପରି ଘଟେ । ସୂର୍ଯ୍ୟଙ୍କର ଏହି କମନୀୟ ରୂପର କାରଣ କଣ । ପ୍ରକୃତରେ ସୂର୍ଯ୍ୟଙ୍କ ରୂପ ଲାଲ ନୁହେଁ । ଏହା ଏକ ମଧ୍ୟମ ଆକୃତିର ହଳଦିଆ ନକ୍ଷେତ୍ର । କେବଳ ଉଦୟ ଏବଂ ଅସ୍ତ ସମୟରେ ସୂର୍ଯ୍ୟଙ୍କର ରୂପ ଲାଲ ଦେଖାଯାଇଥାଏ । ତେବେ ଏଭଳି ଲାଲ ରଙ୍ଗ ସୃଷ୍ଟି ହେବାର କାରଣ, ସୂର୍ଯ୍ୟରଶ୍ମୀ ସେହି ସମୟରେ ବାୟୁମଣ୍ଡଳ ଦେଇ କେତେବାଟ ଗତିକରୁଛି ତାହା ଉପରେ ନିର୍ଭର କରିଥାଏ ।
ଆମେ ଜାଣୁ ସୂର୍ଯ୍ୟରଶ୍ମୀ ବା ଆଲୋକ ୭ଟି ରଙ୍ଗ ଦ୍ୱାରା ଗଠିତ । ଏହି ୭ଟି ରଙ୍ଗର ମିଶ୍ରଣ ଆମକୁ ଧଳା ଦେଖାଯାଇଥାଏ । ବାୟୁ ମଣ୍ଡଳରେ ଧୂଳିକଣା, ଜଳୀୟବାଷ୍ପ ସହ ଅନେକ ପ୍ରଦୂଷିତ ପଦାର୍ଥ ରହିଛି । ଯେତେବେଳେ ଆଲୋକ ଏହି ବାୟୁମଣ୍ଡଳ ଦେଇ ଗତିକରେ ବିଭିନ୍ନ ରଙ୍ଗ ଏହି ପଦାର୍ଥଗୁଡ଼ିକ ମାଧ୍ୟମରେ  ବିଚ୍ଛୁରିତ ହୁଏ । ଯେତେବେଳେ ସୂର୍ଯ୍ୟ ଦିଗ୍‍ବଳୟରେ ଥାଆନ୍ତି, ତାଙ୍କଠାରୁ ଆସୁଥିବା ତୀର୍ଯ୍ୟକ ଆଲୋକରୁ ବିଶେଷ ପରିମାଣର ଲାଲ ଏବଂ ହଳଦିଆ ରଙ୍ଗ ବିଚ୍ଛୁରତି ହୋଇଥାଏ । ଫଳରେ ଆମେ ରକ୍ତିମ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିବାକୁ ପାଉ । ପରେ ଯେତେବେଳେ ସୂର୍ଯ୍ୟ ଦିଗ୍‍ବଳୟରୁ ଉଠି ଉପରକୁ ଚାଲିଯାଆନ୍ତି ଏହି ସ୍ୱତନ୍ତ୍ର ରଙ୍ଗ ବିଚ୍ଛୁରିତ ହେବା ପ୍ରକ୍ରିୟା ବନ୍ଦ ହୋଇଯାଏ । 


ଗପ : ସୁନା ଥାଳିଆ
ପ୍ରକୃତରେ କିଏ ମାନବପ୍ରେମୀ

Golden Plate


ଥରେ ବନାରସର ଏକ ମନ୍ଦିର ପ୍ରାଙ୍ଗଣରେ ଗୋଟିଏ ସୁନାର ଥାଳିଆ ଆସି ପଡ଼ିଲା । ଏହି ଆଶ୍ଚର୍ଯ୍ୟ ଥାଳିଆଟିରେ ଲେଖାଥିଲା କି ଯିଏ ଅନ୍ୟମାନଙ୍କୁ ବାସ୍ତବରେ ଭଲ ପାଆନ୍ତି ତାଙ୍କରି ପାଇଁ ଏହା ସ୍ୱର୍ଗର ଏକ ଉପହାର ସଦୃଶ । ଅର୍ଥାତ୍‍ ଲୋକମାନଙ୍କୁ ପ୍ରକୃତରେ ଭଲ ପାଉଥିବା ବ୍ୟକ୍ତି ହିଁ ଏହି ଥାଳିଆଟିର ଅଧିକାରୀ ହେବେ ।
ମନ୍ଦିରର ପୂଜକ ଏହି କଥାଟି ପ୍ରଚାର କରିଦେଲେ । ତୁଣ୍ଡବାଇଦ ସହସ୍ର କୋଷ ନୀତିରେ ଏହା ସାରା ରାଜ୍ୟରେ ପ୍ରଚାରିତ ହୋଇଗଲା । ଦିନ ପରେ ଦିନ ଗଡ଼ିଚାଲିଲା । ବିଭିନ୍ନ ଧାର୍ମିକ ବ୍ୟକ୍ତି ବିଶେଷ, ସାଧୁସନ୍ଥ, ବିଶିଷ୍ଟ ଲୋକ, ସମସ୍ତେ ଆସି ନିଜ ନିଜର ବକ୍ତବ୍ୟ ଦେଲେ ଏବଂ ସମସ୍ତେ ସେଇ ଥାଳିଆଟିକୁ ପାଇବା ପାଇଁ ଦାବି କଲେ ବିଚାରକ ମଣ୍ଡଳୀ ଆଗରେ । ଏମିତି ପ୍ରତିଦିନ ବହୁ ସଂଖ୍ୟାରେ ଲୋକେ ଆସିବାକୁ ଲାଗିଲେ । ଲୋକମାନଙ୍କ ଦାବି ଶୁଣି ବିଚାରକ ମଣ୍ଡଳୀ ଶେଷରେ ଜଣଙ୍କୁ ଯୋଗ୍ୟ ବିଚାର କଲେ । ସେହି ବ୍ୟକ୍ତି ନିଜର ସମସ୍ତ ସଂପତି ଗତ ବର୍ଷ ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଇଥିବା ଦାବି କରିଥିଲେ । ସେହି ବ୍ୟକ୍ତି ଜଣଙ୍କ ଯେତେବେଳେ ଥାଳିଆଟିକୁ ପୂଜକଙ୍କ ହାତରୁ ନେବାକୁ ଚେଷ୍ଟା କଲେ ଆଶ୍ଚର୍ଯ୍ୟଜନକ ଭାବେ ଥାଳିଆଟି ଶସ୍ତାଧାତୁରେ ପରିଣତ ହୋଇଗଲା । ଲୋକଟି ହାତରୁ ଥାଳିଆଟି ଖସି ପଡ଼ିଲା । ଉପସ୍ଥିତ ଦର୍ଶକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଥାଳିଆଟି ତଳେ ପଡ଼ିବା ପରେ ପୁଣି ସୁନାରେ ପରିଣତ ହୋଇଗଲା ।
ଏପରି ପୁଣି ଅନେକ ଦିନ ବିତିଗଲା । ବିଚାରକ ମଣ୍ଡଳୀ ଆଗରେ ଅନେକ ବ୍ୟକ୍ତି ନିଜନିଜ କୀର୍ତ୍ତି ବର୍ଣ୍ଣନା କରି ଯାଉଥାନ୍ତି । ବର୍ଷକ ମଧ୍ୟରେ ବିଚାରକ ମଣ୍ଡଳୀ ତିନି ଜଣଙ୍କୁ କ୍ରମାନ୍ୱୟରେ ବାଛିଲେ, ହେଲେ ଫଳାଫଳ ସମାନ ହେଉଥିଲା । ନିର୍ବାଚିତ ବ୍ୟକ୍ତିଙ୍କ ହାତ ଲାଗିବା ମାତ୍ରେ ସୁନାର ଥାଳିଆ ଶସ୍ତା ଧାତୁରେ ପରିଣତ ହୋଇଯାଉଥିଲା ଏବଂ ଛାଡ଼ିଦେବା ମାତ୍ରେ ପୁଣି ସୁନାରେ ପରିଣତ ହୋଇଯାଉଥିଲା । ଇତିମଧ୍ୟରେ ବନାରସର ଏହି ମନ୍ଦିରକୁ ହଜାର ହଜାର ଲୋକଙ୍କ ସୁଅଛୁଟିଲା । ଫଳରେ ଅନେକ ଗରିବ, ରୋଗଗ୍ରସ୍ତ ଭିକାରୀ ଭିକ୍ଷା ଆଶାରେ ରାସ୍ତା କଡ଼ରେ ମନ୍ଦିର ଫ।ଟକ ପର୍ଯ୍ୟନ୍ତ ପଡ଼ିରହିଲେ । ନିଜକୁ ଭକ୍ତ ଏବଂ ଜନସେବାବ୍ରତୀ ଦେଖାଇବା ପାଇଁ ଅନେକ ଲୋକ ଦାନ କରିବାରେ ଲାଗିଲେ । ମାତ୍ର କାହା ହୃଦୟରେ ଗରିବ ମାନଙ୍କ ପ୍ରତି ଦୟା ନଥାଏ । କାହିରି ଆଖିରେ ଭିକାରୀମାନଙ୍କ ଦୁଃଖ ଦେଖାଯାଉନଥାଏ । ଏମିତି ବର୍ଷ ପରେ ବର୍ଷ ବିତିଚାଲିଲା ହେଲେ ଦାବିଦାରଙ୍କ ସଂଖ୍ୟା କମୁନଥାଏ । 
ଶେଷରେ ଦିନେ ଏହି ଘଟଣା ସଂପର୍କରେ କିଛି ଜାଣି ନଥିବା କୃଷକଟିଏ ଠାକୁରଙ୍କୁ ଦର୍ଶନ କରିବାକୁ ମନ୍ଦିରକୁ ଆସିଥିଲେ । ରାସ୍ତାକଡ଼ରେ ବସିଥିବା ଭିକାରୀମାନଙ୍କୁ ଦେଖି ସେହି କୃଷକଙ୍କର ମନରେ ଦୟା ଆସିଲା । ସେମାନଙ୍କ ଦୁଃଖ ଦେଖି ସେ କାନ୍ଦି ପକାଇଲେ । ଏହି ଭିକାରୀମାନଙ୍କ ମଧ୍ୟରେ ଜଣେ ଅତି ଜରାଜୀର୍ଣ୍ଣ ବ୍ୟକ୍ତିଥିଲେ ଯାହାଙ୍କର ଦୃଷ୍ଟିଶକ୍ତି ମଧ୍ୟ ନଥିଲା, ପରିତ୍ୟକ୍ତ ଅବସ୍ଥାରେ ଥରୁଥିଲେ । କୃଷକ ଜଣଙ୍କ ତାଙ୍କ ପାଖକୁ ଯାଇ ପାଖରେ ବସିଲେ ଆଉ କହିଲେ ଭାଇ ସବୁ ଦୁଃଖ ସାହସର ସହ ସହିଯାଅ । ସର୍ବଶକ୍ତିମାନ ଭଗବାନ ତୁମର ମଙ୍ଗଳ କରିବେ । କୃଷକଟିର ସ୍ନେହରେ ଭିକାରୀଟି ତାଙ୍କୁ ଆଉଁସି ଦେଲେ । ଏହି ଘଟଣାଟି ଦେଖୁଥିବା ଜଣେ ଯୁବକ ଏକଥା ପୂଜକଙ୍କୁ କହିଲେ । ପୂଜକ ଜଣଙ୍କ ଏକଥା ଜାଣିବା ପରେ ସୁନା ଥାଳିଆଟି ଗ୍ରହଣ କରିବାକୁ କୃଷକଙ୍କୁ ଅନୁରୋଧ କଲେ । ପୁରସ୍କାର ସଂପର୍କରେ କିଛି ଜାଣି ନଥିବା କୃଷକ ଜଣଙ୍କ ଯେତେବେଳେ ଥାଳିଆଟିକୁ ଧରିଲେ, ଆଶ୍ଚର୍ଯ୍ୟଜନକ ଭାବେ ଥାଳିଆର ଉଜ୍ଜ୍ୱଳତା ବହୁ ଗୁଣରେ ବଢ଼ିଗଲା । ପୂଜକ ଆନନ୍ଦରେ ଅଧିର ହୋଇଗଲେ ଆଉ କହିଲେ- ବତ୍ସ, ଏଇ ସ୍ୱର୍ଗର ଦାନଟି କେବଳ ତୁମର । ତୁମେ ହିଁ ବାସ୍ତବରେ ମାନବପ୍ରେମୀ । ଏହି ଦାନଟିକୁ ସାଦରେ ଗ୍ରହଣ କରନ୍ତୁ । କୃଷକ ଜଣଙ୍କ ଥାଳିଆଟିକୁ ମୁହଁରେ ଲଗାଇ
ଭଗବାନଙ୍କୁ ପ୍ରଣାମ କଲେ ।

Leigh Hung
James Henry Leigh Hunt
(19 October 1784)
Southgate, London, England

ଇଂରାଜୀ କବି ଲେ ହଣ୍ଟଙ୍କର ମୂଳ କବିତା ପ୍ଲେଟ୍‍ ଅଫ୍‍ ଗୋଲ୍‍ଡର ମର୍ମାନୁବାଦ କରିଛନ୍ତି- 
ହଂସନାଥ ମୁଦୁଲି
ଖଣ୍ଡଗିରି, ଭୁବନେଶ୍ୱର