Issue Date
1 Oct, 2020
Genres
'ପଞ୍ଚାନନ ତାଣ୍ଡବ ନୃତ୍ୟକାରୀ' ବୃତ୍ତେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ମହେଶ୍ଵର,
କୈଳାସ ଶୈଳବିହାରୀ ।
ହର ହର ଦୁଃଖ ମୋର,
ଶ୍ରୀପଦେ କରେ ଗୁହାରି ।।୦।।
ସାଗର ମନ୍ଥନ କାଳେ,
ଗରଳ ଗିଳିଲ ହେଳେ ।
ସଗର ବଂଶଜେ କୃପା,
କଲ ଶିରେ ଗଙ୍ଗା ଧରି ।।୧।।
ତ୍ରିପୁରାସୁର ସଂହାରି,
ତ୍ରିପୁରେ ଶାନ୍ତି ବିତରି ।
ନାକସଦ ଅକନାଶ,
କଲହେ ପିନାକଧାରୀ ।।୨।।
କାମ ପରେ କରି କୋପ,
ଅନଳେ କରିଲ ଲୋପ ।
ଉମା କାମନା ପୂରଣେ,
ହୋଇଥିଲ ବ୍ରହ୍ମଚାରୀ ।।୩।।
ଭୂତନାଥ ଭବାନୀଶ,
ଭବେ ଭୂତି ପରକାଶ ।
ଭାବେ ରମାକାନ୍ତ ଆଶ,-
ପୂରିବ କି ଦୁଃଖହାରୀ ।।୪।।
କେତେକ ଶବ୍ଦର ଅର୍ଥ:-
ସଗର ବଂଶଜ=ଭଗୀରଥ ।।
ନାକସଦ=ସ୍ବର୍ଗ ।। ଅକନାଶ=ଦୁଃଖ, ପାପ ।। ଅନଳେ=ଅଗ୍ନି ।।