Issue Date
23 Sep, 2020
Genres
ଗାୟକଶ୍ରୀ ଦାମୋଦର ଦାଶ
ବାରିକପୁର ବଜାର, ଭଦ୍ରକ
ଦୟାକର ମହାମାୟା, ଦୀନହୀନ ଜନେ ସଦା
ଦୁଃଖ ଦୁରିତ ନାଶିନୀ, ଦୟାମୟୀ ଗୋ ବରଦା ||O||
ଦୁର୍ଦ୍ଦଣ୍ଡ ଦୈତ୍ୟନାଶିନୀ, ଦିବ୍ୟଜ୍ଞାନ ପ୍ରକାଶିନୀ (ଗୋ )
ଜାଡ୍ୟାନ୍ଧକାର ଧ୍ବଂସିନୀ, ସିଂହବାହିନୀ ଶାରଦା ||୧||
ଦିବ୍ୟତେଜ ସମୁଦ୍ଭୁତା, ଦିଗପାଳ ଆରାଧିତା ( ଗୋ )
ବିଶେଷ ବୀର୍ଯ୍ୟଶାଳିନୀ, ବାକ୍ୟଦେବୀ ଗୋ ବରଦା ||୨||
ଦ୍ୱେଷ, କ୍ଳେଶ ହର ମାତ, ଦଳ କଳୁଷ ସଂଘାତ
ହରିହର ବ୍ରହ୍ମା ତୋର, ମହିମାକୁ ଅଜ୍ଞ ସଦା ||୩||
ଦଳ ଏ ବିଶ୍ୱ କନ୍ଦଳ, ଟାଳ ମୋ ଜଞ୍ଜାଳ ଜାଳ
ଦାସ ଦାମୋଦର ପ୍ରତି, ହୋଇଥିବୁ ଗୋ ଶୁଭଦା ||୪||