ଗାୟକଶ୍ରୀ ଦାମୋଦର ଦାଶ
ବାରିକପୁର ବଜାର, ଭଦ୍ରକ
ଠୋ ଠା ଠି ନବ ଗଇଁଠା
ହଳଦୀ ପତର ଏଣ୍ଡୁରି ପିଠା
ଆହା କି ମିଠା
ବେଣ୍ଟ ନିରାମିଷ ଚଟୁ ଅଇଁଠା |୧|
ତାକ୍ ଧିନାଧିନି ନାଧିନି ଧିନା
ଶୋଳକ ପଢୁଛି ନିଧିଆନନା
ପଛକୁ ଅନା
ଚାଲୁଣି ଗଣୁଛି ଡ଼ାମ୍ଫଣ କଣା |୨|
କାନ କୁହା କବି ଗାଉଛି ଗୀତ
ରାଧା ନାନୀ ନାଚ ଦେଏଖେ ମିତ
ଧରିଛି ବେତ
ଜଟିଳା ମାଷ୍ଟ୍ରାଣୀ ମାରିବ ନାତ |୩|
ଅକଲ ମକଲ ଟକଲ ଟିଆଁ
ଝିଟିପିଟି ନାନୀ କରିଛି ଆଁ
ନିଠେଇ ଚାହାଁ
କାଣୀ ବିଲେଇ କି କୁଜି ଅସରପା
ବୁଲେଇ ଦଉଛି ବାଇଶ ଭୁଆଁ |୪|
ଆ ଆ ଲୋ ମିତ ଦେଖିବୁ ଯାତ
ତାମ୍ଫଡ଼ା ଶୁଖୁଆ ପଖାଳ ଭାତ,
ନଖି ରାଉତ
ମଝି ସଡ଼କରେ ମାରୁଛି କାତ |୫|
ନିଶୁଆ ତେଲି, ଯାଉଥା ପେଲି
ଆକାଶ କଇଁଆ ଖାଇବୁ ବୋଲି
ମାରିଦେ ତାଳି
ରାଧେ ରାଧେ ବୋଲି ମାଧିଆ ମୁଣ୍ଡରେ
ଯେତେ ସବୁ ଅଠା ଦେଏତୁ ବୋଳି |୬|
ମିଇଁ ମିଇଁ କା ମାଣିକ ରଜା
ଅଖାଇ ନାନୀ ଖାଉଛି ଖଜା
ଆହାକି ମଜା
ଆଇ କପାଳରେ ଟିକିଲି ଦଉଛି
ଦାସିଆ ଅଜା |୭|
ଦେଖ ଢ଼ାବା ରେ ଚାଲିଛି କୀର୍ତ୍ତନ
ଲକ୍ଷ୍ମୀ ଧୋଉଛି ଅଇଁଠା ବର୍ତନ
ସୀତା ସାବିତ୍ରୀ, ଯୁଗଳବନ୍ଦୀରେ କରୁଛନ୍ତି ଡିସ୍କୋନର୍ତ୍ତନ
ଆହା କି ସୁନ୍ଦର ଦର୍ଶନ
ବବ୍ କଟ୍ ରେ ମାତାଙ୍କର କେଶ
ବାବା କରୁଛନ୍ତି କର୍ତ୍ତନ |୮|